ଜେଇଇ ମେନ୍‌-୨୦୨୩ ଫଳ ପ୍ରକାଶ

ଭୁବନେଶ୍ବର – ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି- ଏନ୍‌ଟିଏ ପକ୍ଷରୁ କରାଯାଇଥିବା ଜେଇଇ ମେନ୍‌-୨୦୨୩ର ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଫଳାଫଳ jeemain.nta.nic.in ଜରିଆରେ ଦେଖିପାରିବେ।

ଚଳିତବର୍ଷ ସମୁଦାୟ ୮.୬ ଲକ୍ଷ ପରୀକ୍ଷାର୍ଥୀ ପେପର୍‌-୧ ପରୀକ୍ଷା ଦେଇଥିବା ‌ବେଳେ ୦.୪୬ ଲକ୍ଷ ପରୀକ୍ଷାର୍ଥୀ ପେପର୍‌-୨ ପରୀକ୍ଷା ଦେଇଥିଲେ। ଏନ୍‌ଟିଏ ଏହି ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ପରଠାରୁ ଏବର୍ଷ ସର୍ବାଧିକ ୯୫.୭୯ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ୱେବ୍‌ସାଇଟ୍‌ରେ ଜେଇଇ ମେନ୍‌ ୨୦୨୩ର ଉତ୍ତର ବି ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଓ ଉତ୍ତରକୁ ୱେବ୍‌ସାଇଟ୍‌ ଜରିଆରେ ଡାଉନ୍‌ଲୋଡ କରିପାରିବେ।

Comments are closed.