ବହୁ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

ବରଗଡ଼: ଭଟଲି ଅଞ୍ଚଳରୁ ବରଗଡ଼ ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଭଟଲି ଥାନା ତାଲପାଲିର ସଚିଦା ରଣା ଏବଂ ଭଟଲିର ଚିତେଶ୍ବର ଭୁଏ ବୋଲି ସୂଚନା ମିଳିଛି ।

ଅବକାରୀ ବିଭାଗ ସେମାନଙ୍କଠାରୁ ୪୧ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଏ ନେଇ ଅବକାରୀ ବିଭାଗ ତରଫରୁ ଦୁଇଟି ମାମଲା ରୁଜୁ କରାଯାଇ ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରାଯାଇଛି । ବରଗଡ଼ ଅବକାରୀ ଅଧ୍ୟକ୍ଷକ ସୁବନ କୁମାର ନାଏକଙ୍କ ନିର୍ଦ୍ଦେଶକ୍ରମେ ସଦର ଇନ୍ସପେକ୍ଟରଳ ସମରଜିତ ଦାଶ , ମୋବାଇଲ ଇନ୍ସପେକ୍ଟର ରଶ୍ମିତା ଲାକ୍ରା , ଏଏସଆଇ ଯୁବରାଜ ବାଗଙ୍କ ସମେତ ବିଭାଗୀୟ କର୍ମଚାରୀ ସାମିଲ ଥିଲେ ।

Comments are closed.