ବଢ଼ିବାରେ ଲାଗିଛି ଦିନ ତାପମାତ୍ରା, ୬ଟି ସହରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଫେବ୍ରୁଆରୀ ମାସରେ ହିଁ ରାଜ୍ୟରେ ବଢ଼ିବାରେ ଲାଗିଛି ଦିନ ତାପମାତ୍ରା। ଦୁଇ ତିନିଦିନ ରାତି ତାପମାତ୍ରା ହ୍ରାସ ପାଇବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଆଜି ୬ଟି ସହରରେ ଦିନ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହିଛି। ରାଜଧାନୀ ଭୁବନେଶ୍ବର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ଵର ତାପମାତ୍ରା ୩୫ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ନୟାଗଡ଼ରେ ୩୫, ଝାରସୁଗୁଡ଼ାରେ ୩୪.୬, ମାଲକାନଗିରିରେ ୩୪.୫, ତାଳଚେରରେ ୩୪.୪ ଓ ଅନୁଗୁଳରେ ତାପମାତ୍ରା ୩୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Comments are closed.