ସାନଖେମୁଣ୍ଡି: ଟ୍ରକ୍ ସହ ଅଟୋ ଧକ୍କା, ୮ ଛାତ୍ରଛାତ୍ରୀ ଗୁରୁତର 

ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ୍ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ସହ ଟ୍ରକର ଧକ୍କା ଫଳରେ ୮ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁବାର ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି। ଅଟୋଟି ଆଦର୍ଶ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଛଣମେରିସ୍ଥିତ ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲା। ତେବେ ପାଟପୁର ଥାନା ପଳାସପୁର- ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା କାଳୀ ମନ୍ଦିର ନିକଟରେ‌ ଅଟୋଟିକୁ ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ଅଟୋରେ ବସିଥିବା ଛାତ୍ର ଶକ୍ତି ସାହୁ,

ଛାତ୍ରୀ ଦୀପିକାରାଣୀ ପଣ୍ଡା, ଯସମିନ ବିଷୋୟୀ,‌ ଖୁସି ନାୟକଙ୍କ ସମେତ ମୋଟ ୮‌ଜଣଙ ଅଟୋ ଡ୍ରାଇଭର୍ ଭିକାରୀ ସାହୁ ଗୁରୁତର ଆହତ ହୋଇଥିଲେ। ଅନ୍ୟ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ଟ୍ରାକ୍ଟର ଡ୍ରାଇଭରକୁ ଥାନାରେ ରଖି ପଚରାଉଚରା କରୁଛି।।

Comments are closed.