ବ୍ରହ୍ମପୁର: ଚାଲାଣ ବେଳେ ପୁଣି ଧରାହେଲା ନଗଦ ଟଙ୍କା 

ବ୍ରହ୍ମପୁର: ପୁଣି ଥରେ ବ୍ରହ୍ମପୁର ନିକଟ ଜାତୀୟ ରାଜପଥ ଦେଇ ଲୁଚାଛପାରେ ଚାଲାଣ ବେଳେ ଧରାପଡ଼ିଛି ନଗଦ ଟଙ୍କା। ଲକ୍ଷେ କି ଦୁଇ ଲକ୍ଷ ନୁହଁ, ଏଥର ଧରା ହୋଇଛି ପ୍ରାୟ ୧୮ ଲକ୍ଷ ଟଙ୍କା। ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥ ଛକରେ ଅବକାରୀ ବିଭାଗ ଖାନତଲାସ କରିବା ବେଳେ ଜଣେ ବ୍ୟକ୍ତି ଠାରୁ ୧୮ ଲକ୍ଷରୁ ଅଧିକ ଟଙ୍କା ଧରା ହୋଇଥିବା ଜଣାପଡିଛି। ସେ ଏକ ଏୟାର୍ ବ୍ୟାଗରେ ଏତେ ମାତ୍ରାରେ ଟଙ୍କା ନେଇ ଏକ ଗାଡ଼ିରେ ଆସୁଥିବା ବେଳେ ଅବକାରୀ ଅଧିକାରୀମାନେ ଟଙ୍କା ସହ ତାକୁ ଧରି ପଚରାଉଚରା କରୁଛନ୍ତି। ସେ ଏତେ ଟଙ୍କା କାହିଁକି ଓ କେଉଁ ଠାରୁ ଆଣିଥିଲା, କୁଆଡ଼େ ନେଉଥିଲା ସେ ନେଇ ତନାଘନା ଚଳାଇଛି ଅବକାରୀ ବିଭାଗ। ପୂର୍ବରୁ ମଧ୍ୟ ପୋଲିସ, ଅବକାରୀ ବିଭାଗର ଯାଞ୍ଚ ବେଳେ ଗଞ୍ଜେଇ, ନଗଦ ଟଙ୍କା, ସୁନା ଓ ରୁପା ଅଳଙ୍କାର ଆଦି ଚୋରାଚାଲାଣ ବେଳେ ଧରାପଡ଼ି ଥିଲା।

Comments are closed.