ନବ ଦାସ ହତ୍ୟା ମାମଲା : ଆଜି ଅଭିଯୁକ୍ତ ଗୋପାଳଙ୍କ ନାର୍କୋ ଟେଷ୍ଟ

ଭୁବନେଶ୍ୱର – ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଆଜି ନାର୍କୋ ଟେଷ୍ଟ ହେବ । ଗତକାଲି ପଲିଗ୍ରାଫ ଟେଷ୍ଟ ହୋଇଥିଲା। ଗୁଜରାଟ ଗାନ୍ଧିନଗର ସ୍ଥିତ ଫରେନସିକ ଲ୍ୟାବରେ ଗୋପାଳଙ୍କ ଆଜି ନାର୍କୋ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି । ନବଙ୍କୁ ଗୁଳିକରି ହତ୍ୟା କରିବାର କାରଣ ସମ୍ପର୍କରେ ଏହି ପରୀକ୍ଷାରୁ ଜଣା ପଡ଼ିପାରେ । ଅଭିଯୁକ୍ତର ମାନସିକ ସ୍ଥିତି କିଭଳି ରହିଛି ଓ ତା’ ଭିତରେ କ’ଣ ଚାଲିଛି ତାହା ପଲିଗ୍ରାଫ ପରୀକ୍ଷାରୁ ଜାଣିହୋଇଥାଏ।

Comments are closed.