ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ-ଜଣେ ଗୁରୁତର

ବୌଦ୍ଧ ୧୦ / ୦୨ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଆରୋହୀ ମୃତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ମୃତକ ହେଲେ କଣ୍ଟାମାଳ ଅଞ୍ଚଳର ଲୁଲୁ ବାଘ । ଗୁରୁତର ଜଣକ ବନ୍ଧପାଲି ଗ୍ରାମର ବାବୁଲି ହାତୀ । ଗୁରୁତରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ମତେ କଣ୍ଟାମାଳ ଗ୍ରାମର ଲାଲୁ ବାଘ ସୋନପୁରରୁ ତାଙ୍କ କାମ ସାରି ଖଲିଆପାଲି ରାସ୍ତା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ କଣ୍ଟାମାଳ ପଟରୁ ଅନ୍ୟ ଏକ ବାଇକରେ ବନ୍ଧପାଲି ଗ୍ରାମର ବବୁଲୁ ଆସୁଥିବା ବେଳେ ହଠାତ୍ ଦୁହିଁଙ୍କ ବାଇକ ମୁହାଁ ମୁହିଁ ଧକା ହୋଇଥିଲା । ଘଟଣା ସ୍ଥଳରେ ହିଁ ଲୁଲୁଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଗୁରୁତରଙ୍କୁ କଣ୍ଟାମାଳ ଅଗ୍ନିଶମ ବିଭାଗ ଉଦ୍ଧାର କରି କଣ୍ଟାମାଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି । ସେପଟେ ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.