ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର – ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ରାଜଭବନରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର କାରକେଡ୍ ଯୋଗେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ପହଞ୍ଚିଥିଲେ।

ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ କଡ଼ା ସୁରକ୍ଷା ବଳୟରେ ପ୍ରବେଶ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା ନିମନ୍ତେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ଗଡୁ ନିଯୋଗ, ସମର୍ଥା ନିଯୋଗର ସମ୍ପାଦକ ମନ୍ଦିରରେ ଉପସ୍ଥିତ ଥିଲେ। ପୂଜାର୍ଚ୍ଚନା ସାରିବା ପରେ ରାଷ୍ଟ୍ରପତି ମନ୍ଦିର ବେଢା ପରିକ୍ରମା କରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବା ପୂର୍ବରୁ ବିନ୍ଦୁ ସାଗର ଯାଇଥିଲେ ରାଷ୍ଟ୍ରପତି ।

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲାପରେ ରାଷ୍ଟ୍ରପତି ଭିଭିଆଇପି ବୁକରେ ଓଡ଼ିଆରେ ଦସ୍ତଖତ କରି ଅନୁଭୂତି ଲେଖିବା ସହ ସେବାୟତଙ୍କୁ ଉତ୍ତରୀୟ ବସ୍ତ୍ର ପ୍ରଦାନ କରିଥିଲେ।

Comments are closed.