ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର କରାଗଲା ନାର୍କୋ ଟେଷ୍ଟ

ଭୁବନେଶ୍ୱର – ନବ ଦାସ ହତ୍ୟା ମାମଲାରେ ଗୁଜରାଟର ଗାନ୍ଧିନଗର ଲ୍ୟାବରେ ଅଭିଯୁକ୍ତ ଗୋପାଳ ଦାସର ହେଲା ନାର୍କୋ ଟେଷ୍ଟ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ନାର୍କୋ ଟେଷ୍ଟ ବେଳେ ଅନେକ ପ୍ରଶ୍ନର ସାମ୍ନା କରିଛି ଗୋପାଳ। ଗୋପାଳର ରକ୍ତଚାପ, ମଧୁମେହ ସହ ଅନ୍ୟାନ୍ୟ ପରୀକ୍ଷା ହୋଇଥିବା ସୂଚନା ମିଳିଛି । ନାର୍କୋଟେଷ୍ଟ ପୂର୍ବରୁ ଗତ ୯ ତାରିଖରେ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯାଇଥିଲା । ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବ। ନାର୍କୋ ଟେଷ୍ଟ ପରେ ଅଚେତ ଅବସ୍ଥାରେ ଅଛି ଅଭିଯୁକ୍ତ ଗୋପାଳ, କିଛି ଘଣ୍ଟା ପାଇଁ ତାଙ୍କ ନୀରିକ୍ଷଣରେ ରଖାଯିବ।

Comments are closed.