କ୍ରାଇମବ୍ରାଞ୍ଚ ରିମାଣ୍ଡ ଶେଷ ହେଲା ଜେଲା ପରେ ଜେଲ ଗଲା ଗୋପାଳ, ବୟାନ ରେକର୍ଡ 

ଝାରସୁଗୁଡ଼ା – ତୃତୀୟ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ ଅବଧି ଶେଷ ହେବା ପରେ ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସକୁ ଜେଲ୍ ପଠାଇ ଦିଆଯାଇଛି । ତାକୁ ବର୍ତ୍ତମାନ ଝାରସୁଗୁଡା ସବ୍ ଜେଲରେ ରଖାଯାଇଛି ।

୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ, ଗୋପାଳକୁ ଆଜି କୋର୍ଟରେ ହାଜର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଗୋପାଳକୁ ଆଉ ରିମାଣ୍ଡରେ ନେବାକୁ ଆବେଦନ ନ କରିବାରୁ ତାକୁ ଜେଲକୁ ପଠାଇ ଦେଇଛନ୍ତି କୋର୍ଟ । ଜେଲ ପଠାଇବା ପରେ ପୁଣି ଥରେ ଗୋପାଳଙ୍କୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଆଉ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତର ସିଆରପିସି ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି । ସେହି ସମୟର ଦୃଶ୍ୟକୁ ଭିଡିଓଗ୍ରାଫି କରାଯାଇଛି ।

ଅଭିଯୁକ୍ତ ଗୋପାଳକୁ ତିନି ତିନି ଥର ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ପଚରାଉଚୁରା କରିଛି । ଗାନ୍ଧିନଗରରେ ଗୋପାଳର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରାଯାଇଥିଲା।

Comments are closed.