ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମଧ୍ୟପ୍ରଦେଶର ପ୍ରମୁଖ ଶୈବ ପୀଠ ଜଟାଶଙ୍କର

ଜଟାଶଙ୍କର ମଧ୍ୟପ୍ରଦେଶର ଏକ ପ୍ରମୁଖ ଶୈବ ପୀଠ ଓ ଦର୍ଶନୀୟ ସ୍ଥାନ । ଶୀତଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ । ପ୍ରାକୃତିକ ଗୁମ୍ଫା ସହ ଶିବ ମନ୍ଦିର ଓ ଗୁପ୍ତଗଙ୍ଗା ଝରଣା ଏଠାରେ ଅବସ୍ଥିତ ।

ମଧ୍ୟ ପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାର ପଚମଢ଼ୀରେ ଜଟାଶଙ୍କର ଶୈବ ପୀଠ ଅବସ୍ଥିତ ।ନିକଟସ୍ଥ ବିମାନବନ୍ଦର ଖଜୁରାହୋ ବିମାନବନ୍ଦର । ନିକଟ ସ୍ଥ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ ହେଉଛି ଛତର ପୁର । କିମ୍ବଦନ୍ତୀ ଅନୁଯାୟୀ ଶିବଙ୍କ ଜଟାର କିଛି ଅଂଶ ଏଠାରେ ଛିଡ଼ିଯାଇଥିବାରୁ ସ୍ଥାନର ଏ ଭଳି ନାମକାରଣ ହୋଇଛି ।

କିମ୍ବଦନ୍ତି ଅନୁଯାୟୀ ଭସ୍ମାସୁର ପରମ ଶିବ ଭକ୍ତ ଥିଲା । ସେ ଯାହା ମୁଣ୍ଡରେ ହାତ ରଖିବ, ସେ ଜଳି-ପୋଡ଼ି ଭସ୍ମରେ ପରିଣତ ହେବ ବୋଲି ଶିବ ହିଁ ବର ଦେଇଥିଲେ।ବର ପାଉପାଉ ଭସ୍ମାସୁର, ବରଦାତାଙ୍କ ଉପରେ ପରୀକ୍ଷା କରିବାକୁ ବାହାରି ଲା । ଶିବ ଉପାୟହୀନ ହୋଇ ତା’ ସାମନାରୁ ପଳାୟନ କରି ଯେଉଁ ଗୁମ୍ଫା ଭିତରେ ପ୍ରବେଶ କରିଥିଲେ, ତାହା ହେଉଛି ଜଟାଶଙ୍କର ।

ଗୁମ୍ଫା ମଧ୍ୟରେ ମୋଟ ୧୦୮ଟି ପ୍ରାକୃତିକ ଶିବଲିଙ୍ଗ ବିଦ୍ୟମାନ । ଗୁମ୍ଫା ଭିତରେ ଏକ ଚିରସ୍ରୋତା ଝରଣା ପ୍ରବାହିତ । ଝରଣାର ଉତ୍ସ ଏ ଯାଏ ଐତିହାସିକ ମାନଙ୍କ ପାଇଁ ଅଜଣା ହୋଇରହିଛି । ଝରଣାଟି ଗୁପ୍ତ ଗଙ୍ଗା ଭାବେ ନାମିତ । ଗୁମ୍ଫା ବାହାରେ ଦୁଇଟି ସ୍ନାନକୁଣ୍ଡ ଅବସ୍ଥିତ । ଗୋଟିଏ ସର୍ବଦା ଶୀତଳ ଜଳରେ ଭରପୂର ଥାଏ ଏବଂ ଅନ୍ୟଟି ଏକ ଉଷ୍ମପ୍ରସ୍ରବଣ ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପୀଠର ପରିଦର୍ଶନ ରେ ସବୁଦିନ ଏଠାରେ ପର୍ଯ୍ୟଟକ ଙ୍କ ଭିଡ଼ ଲାଗି ରହିଥାଏ।

Comments are closed.