ରୂପାନ୍ତରଣର ନୂଆ ଯାତ୍ରା, ଏସଏଚଜି ମହିଳା ହେବେ ଉଦ୍ୟୋଗୀ : ଭିତ୍ତିଭୂମି ଯୋଗାଇବ ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ( ଏସ୍ଏମ୍ଇ ) ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ବୃହତ ବ୍ୟବସାୟ ପ୍ରତିଷ୍ଠା ଏବଂ ଏହାର ବ୍ୟାପକ ପରିଚାଳନାରେ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି ।

ଜିରୋ ପ୍ରତିଶତ ସୁଧ ମିଶନ ଶକ୍ତି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ – ଚଳିତ ବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଗୋଷ୍ଠୀକୁ ୧୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ୨୦୦ କୋଟି ସୁଧ ଛାଡ଼ ରାଶି ସିଧାସଳଖ ଏସ୍ଏଚ୍‌ଜି ଆକାଉଣ୍ଟକୁ ପ୍ରଦାନ କରାଯାଉଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ , ୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏସ୍ଏଚଜି ଗୁଡ଼ିକୁ ସୁଧ ଫେରସ୍ତ ବାବଦକୁ ୧୨୦୦ କୋଟି ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ।

୨ . ଓଡ଼ିଶା ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୫ ହଜାର କୋଟି ଟଙ୍କାର ସରକାରୀ ସେବା ଏବଂ ସାମଗ୍ରୀ ଯୋଗାଣ ଆଦି ସେବାର ଏକ ନିଆରା ମଡେଲ୍ ସୃଷ୍ଟି କରିଛନ୍ତି । ଡାକ୍ତରଖାନା ଖାଦ୍ୟ ପରିଚାଳନା , ବିଦ୍ୟୁତ୍ ମିଟର ରିଡିଂ , ମତ୍ସ୍ୟଚାଷ , ସହରାଞ୍ଚଳ କାର୍ଯ୍ୟ , ଜଙ୍ଗଲରେ ନର୍ସରୀ ବୃଦ୍ଧି ଆଦି କ୍ଷେତ୍ରରେ ୧୫ଟି ସରକାରୀ ବିଭାଗ ମିଶନ ଶକ୍ତି ଏସ୍ଏଚଜିମାନଙ୍କ ସହ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଏହାର ଏକ ଜ୍ଵଳନ୍ତ ଉଦାହରଣ ହେଉଛି ରାଜ୍ୟର ସମସ୍ତ ୫‘ଟି ’ ସ୍କୁଲକୁ ଏସ୍ଏଚ୍‌ଜି ମହାସଂଘକୁ ହସ୍ତାନ୍ତର କରିବା ଏବଂ ଏସ୍ଏଚ୍‌ଜିମାନଙ୍କୁ ତଦାରଖ ଦେୟ ପ୍ରଦାନ ସହିତ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟ ପାଇଁ ନିୟୋଜନ କରିବା ।

୩ . ପ୍ରଶିକ୍ଷଣ ହେଉଛି ଏସ୍ଏମ୍ଇ ନିମାଣର ଏକ ଗୁରୁପୂର୍ଣ୍ଣ ଉପାଦାନ । ବିଶ୍ଵସନୀୟ ଅଂଶୀଦାରମାନଙ୍କ ସହିତ ଉଚ୍ଚ ଗୁଣବତ୍ତା ପ୍ରଶିକ୍ଷଣ ସହିତ ସମସ୍ତ ବ୍ଲକକୁ ଅନ୍ତର୍ଭୁକ୍ତ କରାଯିବ । ସୌନ୍ଦର୍ଯ୍ୟ କ୍ଷେତ୍ରର ଉଦ୍ୟୋଗ , ଫ୍ୟାଶନ ଡିଜାଇନ , କୃଷି ଔଦ୍ୟୋଗିକତା , କ୍ୟାଫେ ପରିଚାଳନା ଓ ଆତିଥ୍ୟ କ୍ଷେତ୍ର ସେବାଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ।

ମାର୍କେଟିଂ – ମିଶନ ଶକ୍ତି ବଜାର , ସ୍ଵୟଂ ସହାୟକ ଗୋଷ୍ଠୀ ଉତ୍ପାଦ ପାଇଁ ଖୁଚୁରା ଷ୍ଟୋରର ସ୍ଵତନ୍ତ୍ର ଶୃଙ୍ଖଳ , ରାଜ୍ୟର ୫୦୦ ଟି ସ୍ଥାନରେ ସ୍ଥାପନ କରାଯିବ ଏବଂ ଖୁବଶୀଘ୍ର ଭୁବନେଶ୍ଵରରେ ଏକ ଅତ୍ୟାଧୁନିକ ବୁଟିକ୍ ଷ୍ଟୋର ଖୋଲିବ । ଫ୍ଲିପକାର୍ଟରେ ବିକ୍ରୟ ପାଇଁ ୩୦୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇଛି ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ମଧ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ସଂଘ ପାଇଁ ୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି , ସମସ୍ତ ବ୍ଲକସ୍ତରୀୟ ସଂଘ ପାଇଁ ୫୦ ଲକ୍ଷ ଟଙ୍କାର ଆବର୍ଜନ ପାଣ୍ଠି , ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରର ମହାସଂଘମାନଙ୍କ ପାଇଁ ମାର୍କେଟ୍ କମ୍ପ୍ଲେକ୍ସ ସହ ଅଫିସ୍ କାର୍ଯ୍ୟାଳୟ ନିର୍ମାଣ ଏବଂ ସମସ୍ତ ୩୦ଟି ଜିଲ୍ଲାରେ ମାଇକ୍ରୋ ଓ ମିନି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ।

ଜିଲ୍ଲା ସ୍ତରରେ ସଫଳ ମହିଳାଙ୍କ ନେତୃତ୍ୱାଧୀନ ବ୍ୟବସାୟର କିଛି ଉଦାହରଣ ମଧ୍ୟ ଉପସ୍ଥାପିତ ହେଲା କୋରାପୁଟ ଜିଲ୍ଲାର ବୋରିଗୁମ୍ମାର ୧୨ଟି ଗ୍ରାମ ପଞ୍ଚାୟତରେ ୩୧୦ ଏକର ଜମିରେ ମହିଳାଙ୍କ ପାଇଁ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଥିବା ଏହି ୟୁନିଟ୍‌ଗୁଡ଼ିକ ପାଇଁ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରୁ ପାଣ୍ଠି ଯୋଗାଇ ଦିଆଯାଇଛି । କେବଳ ଫ୍ଲାଇ ଆସ୍ ଇଟା କାରଖାନାରୁ ୫ କୋଟି ଟଙ୍କାରୁ ଅଧୁକ ଆୟ ହୋଇପାରିଛି ।

ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ହୁଗ୍ଧ ସଂଗ୍ରହ ଓ ବିକ୍ରୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମିଲ୍‌କ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେମାନେ ମହିଳା ଉଦ୍ୟୋଗୀ ଏବଂ ଇଲେକ୍ଟ୍ରୋନିକ୍ ଅଟୋ ଚାଳକଙ୍କୁ ନେଇ ଏକ ନିଆରା ଇ ଅଟେ । କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି ।

ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ ହଜାର କ୍ଷୁଦ୍ର ଉଦ୍ୟୋଗୀ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରୟାସ ମହିଳାଙ୍କ ନେତୃତ୍ୱାଧୀନ ଏବଂ ମହିଳାମାନେ ବୃହତ ଉଦ୍ୟୋଗର ମାଲିକାନାକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ମହିଳାମାନଙ୍କୁ ସବୁ ସ୍ତରରେ ନେତୃତ୍ବ ଗ୍ରହଣ କରିବା ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ପ୍ରଦାନ କରିବ ।

Comments are closed.