ପୁଣି ସମ୍ବଲପୁରରୁ ଗଞ୍ଜେଇ ଜବତ, ୩ ଗିରଫ

ସମ୍ବଲପୁର : ମାତ୍ର ୪ ଦିନର ବ୍ୟବଧାନରେ ପୁଣି ସମ୍ବଲପୁରରୁ ଗଞ୍ଜେଇ ଜବତ ହୋଇଛି।

ଅବକାରୀ ମୋବାଇଲ ୟୁନିଟ ସମ୍ବଲପୁର-ସୋନପୁର ରାସ୍ତାର ଧମା ଅଞ୍ଚଳରେ ଚଢାଉ କରି ୩୦ କେଜି ଗଞ୍ଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେଥିରେ ରାଧା ଦେବୀ ନାମକ ଜଣେ ମହିଳାଙ୍କ ସମେତ ବେଳେ ବିଟୁ ଯାଦବ ବିହାରର ହୋଇଥିବା ବେଳେ ପଞ୍ଚାନନ ବେହେରା ନାମକ ଜଣେ ବୌଦ୍ଧ ଜିଲ୍ଲାର ଅଭିଯୁକ୍ତ ରହିଛନ୍ତି। ଚାଲାଣରେ ବ୍ୟବହୃତ କାର୍ କୁ ମଧ୍ଯ ଜବତ କରାଯାଇଛି। ସେହିପରି ରେଢ଼ାଖୋଲରୁ ମଧ୍ଯ ୭ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଛି।

Comments are closed.