ଆଜି ପବିତ୍ର ମହାଶିବରାତ୍ରି, ରାଜ୍ୟର ସବୁ ଶୈବପୀଠ ଚଳଚଞ୍ଚଳ , ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ବର – ଆଜି ପବିତ୍ର ମହାଶିବରାତ୍ରି। ଭକ୍ତମାନେ ପାଳନ କରିବ ଜାଗର । ଶିବରାତ୍ରି ପାଇଁ ରାଜ୍ୟର ସବୁ ଶୈବପୀଠ ଉତ୍ସବମୁଖର ହୋଇଉଠିଛି । ମହାଦେବଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତମାନଙ୍କର ଭିଡ ଲାଗିରହିଛି। ଉପବାସ ରଖି ଦେବ ଦେବ ମହାଦେବଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଶିବ ମନ୍ଦିରରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ରାଜ୍ୟର ବହୁ ସ୍ଥାନରେ ଶିବ ମନ୍ଦିରମାନଙ୍କରେ ବିଧି ଅନୁସାରେ ଜାଗର ମେଳା ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟାନ୍ୟ ମନ୍ଦିରରେ ଭଜନ ସମାରୋହ, ଅଷ୍ଟପ୍ରହରୀ ନାମଯଜ୍ଞ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି।

Comments are closed.