ଓଡ଼ିଶା ମୋ ପରିବାର ସହାୟତାରେ ଭିଟାମାଟିରେ ପହଞ୍ଚିଲା ଉମାକାନ୍ତଙ୍କ ମରଶରୀର

ଦେବଗଡ: ପୁଣି ଓଡିଶା ମୋ ପରିବାର ଦେଖାଇଲା ମାନବିକତା। ଭିଟାମାଟିକୁ ଫେରିଲା ରମାକାନ୍ତଙ୍କ ମରଶରୀର। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦେବଗଡ ଜିଲ୍ଲାର ତିଲେଇବଣୀ ବ୍ଲକ କଦଳିପାଲ ଗାଁର ଉମାକାନ୍ତ ପ୍ରଧାନଙ୍କ ମରଶରୀର ଗତକାଲି ଓଡିଶା ମୋ ପରିବାର ସହାୟତାରେ ଭୁବନେଶ୍ବରରୁ ଭିଟାମାଟିକୁ ଫେରିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଉମାକାନ୍ତ ପ୍ରଧାନ ୧୧ଦିନ ପୂର୍ବରୁ ରାଞ୍ଚି ବିଜୟ ୱାଡ଼ା ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ସମ୍ବଲପୁର ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମୁଣ୍ଡରେ ଆଘାତ ଯୋଗୁଁ ଚିକିତ୍ସା ଜଟିଳ ହେବା ପରେ ଭୁବନେଶ୍ୱର ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲା ପରେ ମଧ୍ୟ ଜୀବନ ବଞ୍ଚାଇବା ସମ୍ଭବ ହେଲାନି। ଗତ ୧୭ତାରିଖରେ ୨୯ ବର୍ଷ ର ଉମାକାନ୍ତ ଇହଲୀଳା ସମ୍ବରଣ କଲେ। ଗତକାଲି କ୍ୟାପିଟାଲ ହସ୍ପିଟାଲରେରେ ପୋଷ୍ଟମର୍ଟମ ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ମହାପ୍ରୟାଣ ଗାଡ଼ି ଦ୍ଵାରା ଉମାକାନ୍ତଙ୍କୁ ନିଜ ଭିଟାମାଟିକୁ ତଥା ନିଜ ପରିଜନଙ୍କ ପାଖକୁ ଅଣାଯାଇପାରିଛି।

ମୂଳରୁ ଉମାକାନ୍ତଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ପହଞ୍ଚାଇବା ପରେ ଭୁବନେଶ୍ୱର ରେ ଚିକିତ୍ସା ଏବଂ ପରେ ମହାପ୍ରୟାଣ ର ବ୍ୟବସ୍ଥା ଯାଏ ଦେବଗଡ଼ ରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ଭୂପେନ୍ଦ୍ର ନାୟକ ପ୍ରତିଟି ମୁହୂର୍ତ୍ତରେ ଛିଡା ହୋଇଥିଲେ। ମୃତ୍ୟୁ ସଂପର୍କରେ ପୁନର୍ବାର ଭୂପେନ୍ଦ୍ରଙ୍କ ଫୋନ ପାଇ ଓଡିଶା କେନ୍ଦୁପତ୍ର କର୍ମଚାରୀ କଲ୍ୟାଣ ବୋର୍ଡର ଉପଦେଷ୍ଟା ସଞ୍ଜିତ ମହାନ୍ତି ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଏଥିରେ ଶ୍ରୀ ପଟ୍ଟନାୟକଙ୍କ ସମେତ ଖଦି ବୋର୍ଡ ସଦସ୍ୟ, OBC, SC, ST ଓ ପଛୁଆ ବର୍ଗ ବିଭାଗର ଉପଦେଷ୍ଟା ପ୍ରୁଥିରାଜ୍ ସାହୁ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଦୁର୍ଗା ସାମନ୍ତ ରାଏ ପ୍ରମୁଖଙ୍କ ସହଯୋଗରେ ଗାଁ ମଶାଣିରେ ରମାକାନ୍ତଙ୍କ ଚିତା ଜଳିଛି। ଗ୍ରାମବାସୀ ଓ ପରିବାର ଲୋକେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.