ସଶକ୍ତ ହେଉଛନ୍ତି ଏସଏଚଜି ମହିଳା: ପାଳିବେ କୁକୁଡା, ଦିନକୁ ୧୫୦୦ ଅଣ୍ଡା ହେବ ବିକ୍ରି

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡା ଜାମଝରି ଠାରେ ୧୫୦୦ ଦକ୍ଷତା ବିସିଷ୍ଟ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଉଦଘାଟନ କରିଥିଲେ । ଆଇଟିଡିଏ ଦ୍ୱାରା ମିଶନ ଜୀବିକା ଯୋଜନାରର ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଫଳରେ ଜିଲ୍ଲାର ଅଣ୍ଡା ଆବଶ୍ୟକ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କର ଏହା ଏକ ଅଭିନବ ପ୍ରୟାସ ।

ଏହି କାର୍ଯ୍ୟକ୍ରମରେ ଡୋକରା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଏହି ଫାର୍ମର ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ସେମାନଙ୍କର ଆର୍ଥୀକ ଉନ୍ନତି ହୋଇପାରିବ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ପ୍ରକାଶ କରିଥିଲେ ।

ଜିଲ୍ଲା ପ୍ରାଣୀ ଚିକିଛଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ଡ଼ା. ଅଳକା ପଟ୍ଟନାୟକ, ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସାକ ଡ଼ା ସନ୍ତୋଷ ପଟ୍ଟନାୟକ କହିଛନ୍ତି। ଦୂତିପଡା ସରପଞ୍ଚ ଜାନକୀ ଜାନୀ, ଖଜୁରୀପଡା ମିଶନ ଶକ୍ତି ସଂଯୋଜକ ଏମବିକେ କଲ୍ୟାଣୀ ଦାସ ବୈଠକରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମକୁ ଆଇଟିଡିଏର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିଥିବା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ। ପ୍ରକଳ୍ପରେ ୧୦ ଲକ୍ଷ ଟଙ୍କା ଖର୍ଚ କରାଯିବ। ଆଗାମୀ ୩ ସପ୍ତାହ ପରେ କୁକୁଡ଼ାମାନେ ଅଣ୍ଡା ଦେବା ଆରମ୍ଭ କରିବେ। ଆଇଟିଡିଏ ତରଫରୁ ସମ୍ପୂର୍ଣ ମାଗଣା ସହାୟତା ଯୋଗାଇ ଦିଆଯାଉଛି। ଏପରି ଭାବେ ମହିଳା ମାନେ ଆର୍ଥିକ ଆତ୍ମନିର୍ଭରଶିଳ ହୋଇପାରିଛନ୍ତି ବୋଲି ବିଧାୟକ ମତ ବ୍ୟକ୍ତ କରିଥିଲେ ।

Comments are closed.