ରାୟଗଡ଼ା ଜିଲ୍ଲାର ମଦର ଟେରେସାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 

ରାୟଗଡ଼ା – ରାୟଗଡ଼ା ଜିଲ୍ଲାର ଜଣେ ମହିଳା ସାମାଜିକ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ରାୟଗଡ଼ା ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଥାନ୍ତି ୭୫ ବର୍ଷିୟା ରୁପୁଲି ଜାକ୍କା । ଏହି କାମ ପାଇଁ ରୁପୁଲି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ସେବା କରିବା ସହ ତୃଣମୂଳ ସ୍ତରରେ ସରକାରୀ ସୁବିଧା ସୁଯୋଗ ପହଞ୍ଚାଇବା କାମ କରିଆସୁଛି ରୁପୁଲି । ଏ ବୟସରେ ବି ସେ ଦେଖିନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ରୁପୁଲିଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।ଅନ୍ୟମାନେ ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସେତୁ ସଦୃଶ୍ୟ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରୁପୁଲିଙ୍କ ପ୍ରଶଂସା କରିବା ପରେ ଜିଲ୍ଲା ପ୍ରଶାସନ, ରାୟଗଡ଼ା ବ୍ଲକ୍ କର୍ତ୍ତୃପକ୍ଷ ଏବଂ ନିର୍ବାଚିତ ଜନ ପ୍ରତିନିଧି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାୟଗଡ଼ା ବ୍ଲକ୍ ହାଲୁଆ ପଞ୍ଚାୟତ ବିଦ୍ୟାଳୟ ସାହିର ରୁପୁଲି ଜାକକା ଗତ ୩୦ ବର୍ଷ ହେଲା ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ଗାଁ ବୁଲି ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। କାହାକୁ ଭତ୍ତା ତ, କାହାକୁ ମେଡ଼ିକାଲ୍ ଚିକିତ୍ସା ଏବଂ କାହା ପାଇଁ ଆବାସ ଯୋଜନାରେ ଘର ପ୍ରଦାନ ଭଳି କାର୍ଯ୍ୟ କରି ଆସୁଛନ୍ତି ରୁପୁଲି । ଏଥିପାଇଁ ତାଙ୍କୁ କେହି କେହି ଦୁର୍ଗମ ଅଞ୍ଚଳର ମଦର ଟେରେସା ବୋଲି ବି କହନ୍ତି ।

Comments are closed.