ବ୍ରେନ ମ୍ୟାଲେରିଆର ଔଷଧ ଉଦ୍ଭାବନ କଲା ଆଇଏଲଏସ, ଖୁବ ଶୀଘ୍ର ମାନବ ପରୀକ୍ଷଣ

ଭୁବନେଶ୍ୱର – ଜଟିଳ ମସ୍ତିଷ୍କ ମ୍ୟାଲେରିଆର ଔଷଧ ବାହାର କରିଥିବା ଦାବି କରିଛି ଭୁବନେଶ୍ଵରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ – ଆଇଏଲଏସ । ଖୁବ୍‌ଶୀଘ୍ର ଏହି ଔଷଧ ବଜାରକୁ ଆସିବା ସମ୍ଭାବନା ରହିଛି। ଆଇଏଲଏସର ବୈଜ୍ଞାନିକ ଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ ପ୍ରସ୍ତୁତ କରିଛନ୍ତି ଔଷଧ। ପ୍ରାରମ୍ଭିକ ଭାବେ ମୂଷାଙ୍କ ଶରୀରରେ ଏହି ଔଷଧର ପ୍ରୟୋଗ ସଫଳ ହୋଇଛି। ଖୁବଶୀଘ୍ର ମାନବ ଶରୀରରେ ଏହାର ପରୀକ୍ଷଣ ଲାଗି କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ।

ଏହି ଔଷଧର ମାନବ ପରୀକ୍ଷଣ ସଫଳ ହେଲେ ମସ୍ତିଷ୍କ ମ୍ୟାଲେରିଆ ଜନିତ ମୃତ୍ୟୁ ରୋକିବାରେ ସହାୟକ ହେବ ।

Comments are closed.