୫-ଟି ‘ଆମ ହସ୍ପିଟାଲ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଚିକିତ୍ସାଳୟର ହେବ ରୂପାନ୍ତରଣ

ଭୁବନେଶ୍ୱର – ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟଗୁଡିକର ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

୫-ଟି ଉପକ୍ରମର ‘ଆମ ହସ୍ପିଟାଲ’ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଚିକିତ୍ସାଳୟର ରୂପାନ୍ତରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ବର୍ଷ ଅକ୍ଟୋବର ସୁଦ୍ଧା ରୂପାନ୍ତରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁସାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ କମିଟି ( ଡିଏଲସି ) ସହାୟତାରେ ଯୋଜନା କାର୍ଯ୍ୟକାରୀ କରିବେ ।

Comments are closed.