ଟ୍ରକ ପଛରେ ପିଟି ହେଲା ସ୍କର୍ପିଓ, ୩ ମୃତ, ୩ ଗୁରୁତର 

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ବାରବାଙ୍କ ଘାଟୀରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ସ୍କର୍ପିଓ ପିଟି ସୋଇଯାଇଥିଲା । ସ୍କର୍ପିଓଟି ଦ୍ରୁତଗତିରେ ଗୁଆଲି ପଟୁ ଭଦ୍ରାସାହି ଅଭିମୁଖେ ଯାଉଥିବା ସମୟରେ ବାରବାଙ୍କ ଘାଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା।

ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ସେମାନେ ହେଲେ ଭଦ୍ରାସାହିର ଜୁରିଆ ମୁଣ୍ଡା, ତାଙ୍କ ଝିଅ ରାଞ୍ଚି ଓ ଜ୍ୱାଇଁ ଅର୍ଜ୍ଜୁନ ମୁଣ୍ଡା। ୩ ଗୁରୁତର ଆହତଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ସେମାନଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

Comments are closed.