ଆସନ୍ତା ୫ ବର୍ଷରେ ପୂର୍ବ ଭାରତର ଶିଳ୍ପ ହବ୍ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀ ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକାଶ ନୀତି ପାଇଁ ଆମ ସରକାର ଉପରେ ବାରମ୍ବାର ଭରସା କରିଛନ୍ତି । ସେମାନଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର ରାସ୍ତାରେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଜନପ୍ରିୟ ସରକାର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘୫ଟି’ ନୀତି ଆପଣାଇଛି । ଆଜି ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଦାହରଣ ପାଲଟିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ‘ମେକ ଇନ ଓଡିଶା’ ବେଶ ସଫଳ ହାେଇଛି । ଆମର ସ୍ଥିର ସରକାର ଓ ନୂଆ ଶିଳ୍ପନୀତି-୨୦୨୨ ପାଇଁ ରାଜ୍ୟରେ ନିବେଶ ପାଇଁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୫ ବର୍ଷରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ହକି ବିଶ୍ପକପ ସଫଳତାର ସହ ଆୟୋଜନ କରି ଓଡ଼ିଶା ସାରା ବିଶ୍ବର ପ୍ରଶଂସା ସାଉଁଟିଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । କୋଭିଡ ପ୍ରତିବନ୍ଧକ ସତ୍ତ୍ବେ ଧାର୍ଯ୍ୟ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଶେଷ ହେବା ବଡ଼ ଉପଲବ୍ଧି ବୋଲି ନବୀନ କହିଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ବି କହିଛନ୍ତି। ବିଏସକେଓ୍ବାଇରେ ୧୦ ଲକ୍ଷ ପରିବାରକୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ମିଳିଛି । ରାଜ୍ୟରେ ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ନୂଆ ମେଡିକାଲ କଲେଜ ଖୋଲିିଛି ।

୫-ଟିରେ ବହୁ ହାଇସ୍କୁଲ ନୂଆ ରୂପ ପାଇଥିଲା ବେଳେ ‘ମୋ ସ୍କୁଲ’ ଓ ‘ମୋ କଲେଜ’ ଅଭିଯାନକୁ ମଧ୍ୟ ସମର୍ଥନ ମିଳିଛି । ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସରକାର ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ଆମର ‘କାଳିଆ’ ଓ ‘ବଳରାମ’ ଭଳି ଯୋଜନା ଚାଷୀଙ୍କ ଆୟ ବୃଦ୍ଧି ସହ ଚାଷୀଙ୍କୁ ବେଶ ସହାୟକ ହେଉଛି । ଚଳିତ ବର୍ଷ ବହୁ ଜଳସେଚନ ପ୍ରକଳ୍ପ ଉଦଘାଟିତ ହାେଇଛି । ଏହାର ସୁଫଳ ଆଗକୁ ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.