ସିଭିଲ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ଦେବେ ରାଜ୍ୟ ସରକାର , ମାର୍ଚ୍ଚ ୪ ସୁଦ୍ଧା ଆବେଦନ 

ଭୁବନେଶ୍ୱର -ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାଗଣା କୋଚିଂ ଦିଆଯିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୪ ତାରିଖ ସୁଦ୍ଧା ମାଗଣା କୋଚିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ମାର୍ଚ୍ଚ ୨୬ରେ ଆଶାୟୀ ଛାତ୍ରଛାତ୍ରୀଙ୍କ ହେବ ପରୀକ୍ଷା । ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା କୋଚିଂ। ସେମାନଙ୍କର ରହିବା ଓ ଖାଇବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

Comments are closed.