ବଢ଼ିବାରେ ଲାଗିଛି ଦିନ ତାପମାତ୍ରା, ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ଅଧିକ 

ଭୁବନେଶ୍ୱର – ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସ୍ବାଭାବିକଠାରୁ ୪ରୁ ୬ଡିଗ୍ରୀ ସେଲସିୟସ ଅଧିକ ରହୁଛି ଦିନ ତାପମାତ୍ରା । ଦିନରେ ଶୀଘ୍ର ତାତି ଅନୁଭୂତ ହେଉଥିବା ବେଳେ ରାତି ଶୀଘ୍ର ଥଣ୍ଡା ହେଉଛି । ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଦିନ ତମାମ ତାତି ଅନୁଭୂତ ହେଉଥିବା ବେଳେ ରାତିରୁ ଭୋର ପର୍ଯ୍ୟନ୍ତ ଘନ କୁହୁଡି ହେଉଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝାଞ୍ଜି ପବନ ବହୁଛି । ଆସନ୍ତା ୩-୪ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନ ଥିବାରୁ ଭୁବନେଶ୍ବର ସମେତ ମାଲକାନଗିରି, ସୋନପୁର, ଝାରସୁଗୁଡା, ବୌଦ୍ଧ, ତାଳଚେର, ଅନୁଗୁଳ ଏବଂ ନୟାଗଡରେ ସ୍ବାଭାବିକ ଠାରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ତାପମାତ୍ରା।

Comments are closed.