ଡିଜେକୁ ପିଟିଲା ବର ପ୍ରୋସେସନ ପାଇଁ ଆସିଥିବା କାର, ଜଣେ ମୃତ, ୭ ଗୁରୁତର 

ବଲାଙ୍ଗୀର – ବାହାଘର ପଟୁଆର ପୂର୍ବରୁ ଅଘଟଣ । ବର ପାଇଁ ଆସିଥିବା କାର ଡିଜେ ଗାଡ଼ିରେ ପିଟି ହୋଇଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁର ଘଟିଛି ଏହି ଦୁଃଖଦ ଘଟଣା।

ବାଘଝରଣ ଗାଁର ହୁତାସନ ବରିହା ହିର୍ଲି ଗାଁକୁ ବରଯାତ୍ରୀ ଧରି ଯିବାର ଥିଲା । ହୁତାସନ ବରବେଶ ହୋଇ ସାରିଥିବା ବେଳେ ନାଚ ଗୀତରେ ଘର ଆଗ କମ୍ପୁଥିଲା। ବର ଯିବା ପାଇଁ ପ୍ରୋସେସନ କାର ପହଞ୍ଚିଥିଲା। ହେଲେ କେହି କିଛି ବୁଝିବା ଆଗରୁ ହଠାତ ବର ପ୍ରୋସେସନ୍ କାରଟି ଦ୍ରୁତ ଗତିରେ ମାଡି ଯାଇ ଡିଜେ ଗାଡିରେ ପିଟି ହୋଇଥିଲା | ଡିଜେ ନିକଟରେ ନାଚୁଥିବା ବରଙ୍କ ଜଣେ ସମ୍ପର୍କୀୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।ଦୁର୍ଘଟଣାରେ ଅନ୍ୟ ସାତ ଜଣ ଗୁରୁତର ହୋଇଛନ୍ତି ।

ଦୁର୍ଘଟଣା ପରେ ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର ଆଉ ବରଯାତ୍ରୀ କନିଆ ଘରକୁ ଯାଇନଥିବା ଜଣା ପଡିଛି । ଆହତମାନଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.