ଯାଜପୁର ନେଉଳପୁର ସଡ଼କ ଦୁର୍ଘଟଣା ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର – ନେଉଳପୁର ନିକଟରେ ଦୁର୍ଘଟଣାରେ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଆହତଙ୍କ ଆଶୁ ଆରାେଗ୍ୟ କାମନା କଲେ । ଆଜି ଭୋରରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଏକ ଆଇଚର ପିଟିବାରୁ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ନେଉଳପୁର ମଝିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ଛିଡ଼ା ହୋଇଥିଲା। କୋଲକତା ପଟୁ ଦ୍ରୁତ ଗତିରେ ଏକ ଆଇଚର ଗାଡ଼ି ଆସୁଥିବା ବେଳେ ଭାରସାମ୍ୟ ହରାଇ ତାହା ରାସ୍ତାକଡରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଏଥିରେ ଆଇଚରରେ ଥିବା ସମସ୍ତ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

Comments are closed.