ଦେଓମାଳି ଓ କୋଟିଆରେ ମୁଖ୍ୟ ଶାସନ ସଚିବ

କୋରାପୁଟ – କୋରାପୁଟ ଜିଲ୍ଲା ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦେଓମାଳି, କୋଟିଆ ଯାଇଛନ୍ତି । ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ ।

ଇକୋ ରିସୋର୍ଟ ସହିତ ଦେଓମାଳିର ବିକାଶ କାର୍ଯ୍ୟ ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ । ଏହାସହ କୋଟିଆର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । କୋଟିଆରେ ଷ୍ଟ୍ରବେରୀ ଚାଷ ସଫଳତା ହାସଲ କରିଥିବା ବେଳେ, ଏହାକୁ ନେଇ କୋଟିଆ ପଞ୍ଚାୟତବାସୀ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେ ନେଇ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ।

ଗତକାଲି ବିମାନ ବନ୍ଦର ବିକାଶର ଅଗ୍ରଗତି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ ସିଏସ । ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ଵର ପୀଠ ପରିଦର୍ଶନ କରିବା ସହ ଏହାର ବିକାଶ ପାଇଁ ଏକ ମାଷ୍ଟରପ୍ଲାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

Comments are closed.