ପ୍ରଦୀପ କୁମାର ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ 

ଭୁବନେଶ୍ୱର – ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି। ପ୍ରଦୀପ କୁମାର ଜେନା ସୁରେଶ କୁମାର ମହାପାତ୍ରଙ୍କ ସ୍ଥାନ ନେବେ । ଚଳିତ ମାସ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଅବସର ନେଉଛନ୍ତି। ନବ ନିଯୁକ୍ତ ଶାସନ ସଚିବ ପ୍ରଦୀପ ଜେନା ବର୍ତ୍ତମାନ ସହକାରୀ ମୁଖ୍ୟ ଶାସନ ସଚିବ ସହ ଯୋଜନା ଓ ସମନ୍ବୟ ବିଭାଗର ସଚିବ ଅଛନ୍ତି। ଏହାଛଡା ସେ ସ୍ୱତନ୍ତ୍ର ରିଲିଫ କମିଶନର ଓ କୃଷି ଉତ୍ପାଦ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି।

ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Comments are closed.