ଛାତ୍ରୀଙ୍କୁ ମାଡ଼ମାରି ଜେଲ ଗଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅ

ବରଗଡ଼: ବରଗଡ଼ ସହର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗତ ଶୁକ୍ରବାର ଗୁରୁତର ଆହତ ହେବା ଘଟଣାରେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରଗଡ଼ ଟାଉନ ଥାନା ପୋଲିସ ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ରଥଙ୍କ ପୁଅ ସ୍ବାଭିମାନ ଶତପଥୀଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୧୨୯/୨୩) ରୁଜୁ କରିଛି। ଅଭିଯୁକ୍ତ ସ୍ବାଭିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।

ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନମ୍ବର-୭ ନଲିଆଖଣ୍ଡି ନିବାସୀ ଜୀବର୍ଦ୍ଧନ ଚନ୍ଦ୍ରାଙ୍କ ଝିଅ କବିତା ରାଧାମାଧବ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଛନ୍ତି। ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ସ୍ବାଭିମାନ ବିଦ୍ୟାଳୟକୁ ଆସିଥିଲେ। ସେଠାରେ ସେ ଛାତ୍ରୀ କବିତାଙ୍କୁ ପାଖକୁ ଡାକି ଲୁହାରଡ୍‌ରେ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ରଥଙ୍କୁ ନିଲମ୍ବନ କରିବା ପାଇଁ ଅଭିଭାବକ ସଂଘର ସଭାପତି ବିମଳ କୁମାର ଦାଶ ଦାବି କରିଛନ୍ତି।

Comments are closed.