ଠିକା କ୍ୟାମ୍ପରେ ନିଆଁ, ଶ୍ରମିକ ଜୀବନ୍ତ ଦଗ୍ଧ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଏକ ଠିକା କ୍ୟାମ୍ପରେ ନିଆଁ ଲାଗିଯିବାରୁ ଜଣେ ଶ୍ରମିକ ପୋଡ଼ି ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକଙ୍କ ନାଁ ପ୍ରଦୀପ କେତକୀ ବୋଲି ଜଣାପଡିଛି । ଆଜି ଅପରାହ୍ନରେ କ୍ୟାମ୍ପରେ ନିଆଁ ଲାଗିଯାଇଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସଦରଥାନା ପୋଲିସ ଘଟଣାର ତଦନ୍ତ କରୁଛି। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

Comments are closed.