ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆଜିଠୁ ଆରମ୍ଭ

ଭୁବନେଶ୍ୱର – ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ। ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସ୍ଥାନ ନେବେ ପ୍ରଦୀପ ଜେନା । ଏହାଛଡା ସେ ମୁଖ୍ୟ ଉନ୍ନୟନ କମିଶନର ଭାବେ କି କାର୍ଯ୍ୟ କରିବେ ।

ପ୍ରଦୀପ ଜେନା ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ଥିଲେ। ୧୯୮୯ ବ୍ୟାଚ୍ ଆଇଏଏସ ଅଫିସର। ପୂର୍ବରୁ ପ୍ରଦୀପ ଜେନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ ।

ପ୍ରାଶାସନିକ ଦକ୍ଷତା ପାଇଁ ପରିଚିତ ପ୍ରଦୀପ ଜେନା ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିଲେ । ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ। ।

ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି ସୁରେଶ ମହାପାତ୍ର। ତାଙ୍କୁ ଓଡ଼ିଶା ଇଲେକଟ୍ରିସିଟି କମିଶନ-ଓଇଆରସି ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏଣେ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ହୋଇଥିବାରୁ ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

Comments are closed.