ନିଖୋଜ ଭିସୁଟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର – ପିସି ବ୍ରିଜ୍‌ରୁ ଡେଇଁ ନିଖୋଜ ଥିବା ଭିସୁଟ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଗତକାଲି ପିସି ବ୍ରିଜ୍‌ରୁ ଡେଇଁ ପଡ଼ିଥିଲେ ଭିସୁଟ ଛାତ୍ରୀ । ଗତକାଲି ଛାତ୍ରୀଜଣକ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଛାତ୍ରୀଙ୍କ ନାମ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ବୋଲି ଜଣାପଡ଼ିଛି। ଜଣେ ଯୁବକଙ୍କ ସହ ଝଗଡା ପରେ ଚିନ୍ମୟୀ ପାୱାର ଚ୍ୟାନେଲ ବ୍ରିଜରୁ ଡେଇଁ ପଡ଼ିଥିଲେ । କଳାହାଣ୍ଡି ଜିଲ୍ଲାର ବାସିନ୍ଦା ଚିନ୍ମୟୀ ଭିସୁଟରେ ଆଇଟି ବିଭାଗରେ ଇଞ୍ଜିନିୟରିଂ ପଢୁଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed.