କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ

ଭୁବନେଶ୍ବର – କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠିତ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ଦୁଇ ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି। ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଗଜପତି ଜିଲ୍ଲା ବିଜେଡି ସଭାପତି ଭାବେ ଜଗବନ୍ଧୁ ଦାସଙ୍କୁ ନିଯୁକ୍ତି ମିଳିଛି ।

ଏହାଛଡା ୧୩ ଜଣ ଉପସଭାପତି, ୧୨ ସାଧାରଣ ସଂପାଦକ ,୧୩ ସଂପାଦକ ଓ ୧୫ ଯୁଗ୍ମ ସଂପାଦକଙ୍କୁ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ମ୍ୟୁନିସିପାଲଟି ସହ କାଶୀନଗର ଏନ୍‌ଏସି ଏବଂ ୭ ବ୍ଲକର ନୂଆ ସଭାପତି ନିଯୁକ୍ତି ଦିଆଯାଇଛି ।

Comments are closed.