“ଦୁଗ୍ଧ ଚାଷୀଙ୍କ ପାଇଁ ଦିନ ଟିଏ” ସଚେତନତା କାର୍ଯ୍ୟକ୍ରମ

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ କପାସିରା ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଠାରେ ସମ୍ବଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ପକ୍ଷରୁ ଆଜି ଦୁଗ୍ଧ ଚାଷୀଙ୍କ ପାଇଁ ଦିନ ଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦୁଗ୍ଧ ସଂଘର ସଭାପତି ବିଦ୍ଯାଧର ପ୍ରଧାନଙ୍କ ଅଧ୍ଯକ୍ଷତାରେ ମୁଖ୍ଯ ଅତିଥି ଭାବେ ବରଗଡ ଜିଲ୍ଳାପାଳ ମନିଷା ବନାର୍ଜୀ ଯୋଗଦେଇ କହିଲେ ଦୁଗ୍ଧ ଚାଷୀମାନଙ୍କ ଯେ କୌଣସି ସମସ୍ୟାର ସମାଧାନ କରିବା ପାଇଁ ନିର୍ଭର ଯୋଗ୍ଯ ପ୍ରତିଶୃତି ଦେବା ସଂଗେ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଗୋପାଳନ କ୍ଷେତ୍ରରେ ନିୟୋଜିତ କରି ପରିବାର ଆୟ ବୃଦ୍ଧିରେ ଦ୍ବିଗୁଣିତ କରିବାରେ ସହାୟକ ହୋଇପାରିଛି । ବରଗଡ ଜିଲ୍ଲାକୁ ସବୁ ଠାରୁ ଅଧିକ ପରିମାଣରେ ଦୁଗ୍ଧ ଉତ୍ପାଦନ କରୁଥିବାରୁ ଅନ୍ଯ ଜିଲ୍ଲା ପାଇଁ ଦୁଗ୍ଧ ଚାଷୀ ଏକ ନୂଆ ପରିଚୟ ଓ ଉଦାହରଣ ପାଳଟିଛନ୍ତି ବୋଲି ନିଜର ବକ୍ତବ୍ଯରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ବଲେଶ୍ବରୀ ଦୁଗ୍ଧ ଉତ୍ପାଦନ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ କହିଲେ ମିଶନଶକ୍ତି ମାଧ୍ୟମ ମହିଳା ସ୍ବୟଂସହାୟକ ଗୋଷ୍ଠି ଗାଇ ଋଣ ଓ ଗୁହାଳ ଘର ଯୋଗାଇବା, ଦୁଗ୍ଧ ପରୀକ୍ଷା ଯନ୍ତ୍ର, ଗାଇବାଛୁରୀ ପରିଚାଳନା ଯୋଜନା ଜିଲ୍ଲାପାଳ ଙ୍କୁ ଜଣାଇଥିଲେ। ପ୍ରାରମ୍ଭ ରେ କପାସିରା ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ନୂତନ ଯନ୍ତ୍ରପାତି ପରିଦର୍ଶନ କରି ଶ୍ରୀ କୃଷ୍ଣ ଙ୍କ ଫଟୋ ଚିତ୍ର ରେ ଧୂପ ପୁଷ୍ପ ପ୍ରଦାନ କରି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ସମ୍ବଲେଶ୍ବରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସଂଘ ର କନିଷ୍ଠ ପରିଚାଳକ ଡଃ ସଂଜୀବ କୁମାର ଶତପଥି ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ସଫଳ ଦୁଗ୍ଧ ଉତ୍ପାଦନ ଭାବେ କପାସିରା ଦୁଗ୍ଧ ସମବାୟ ସମିତି ର ସଭ୍ଯ ହୃଷୀକେଶ ପ୍ରଧାନ ଓ ମନୋହର ନାଏକଙ୍କୁ ଉପଢୌକନ ଦେଇ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା।

ଏଥିରେ ସଂଘର ବୋର୍ଡ ଅଫ ଡାଇରେକ୍ଟର ଦୟାନନ୍ଦ ଛନ୍ଦ, ଆନନ୍ଦ ସାହୁ, ଗୁଣସାଗର ,ବରପାଲି ସମିତି ର କର୍ମ କର୍ତ୍ତା ସମେତ ଅମ୍ବାଭୋନା ବ୍ଳକ ର ବିଭିନ୍ନ ଗ୍ରାମ ମହିଳା ସ୍ବୟଂସହାୟକ ଗୋଷ୍ଠୀ ବହୁ ଦୁଗ୍ଧ ଚାଷୀ ଯୋଗଦେଇଥିଲେ । ଭୁକ୍ତା ବୀର ହନୁମାନ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଂପାଦକ ରାମଲାଲ ପଟେଲ ଓ ସକ୍ରିୟ ସଭ୍ଯ ପ୍ରଦୀପ ନାଏକ, କପାସିରା ଦୁଗ୍ଧ ସମିତିର ସଭାପତି ହୃଷୀକେଶ ପ୍ରଧାନ, ସଂପାଦକ ବୁଦ୍ଧଦେବ ପ୍ରଧାନ,ବରଗଡ ୟୁନିଟ ଇନଚାର୍ଜ ସୁଶାନ୍ତ ମହାକୁର, ସରୋଜିନି ବାରିକ, ସହଦେବ ଶତପଥି, ସବିତା ପଧାନ, ସଂଧ୍ଯାରାଣୀ ପ୍ରଧାନ, ଭରତ ବେହେରା, ଦେବେନ୍ଦ୍ର ଦାସ, ପ୍ରମୋଦ କୁମାର ସାହୁ ଓ ସୁଦାମ ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Comments are closed.