ଫୁଲବାଣୀ: ଟେଲିକମ୍ ଗ୍ରାହକ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଟେଲିକମ୍ ନିୟନ୍ତ୍ରଣ ଅଥରିଟି ଇଣ୍ଡିଆ ପ୍ରାୟୋଜିତ ତଥା ବାର୍ଡ ସଂସ୍ଥା ଆୟୋଜିତ ଟେଲିକମ୍ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କଲେଜ ଅଧ୍ୟକ୍ଷ ପଞ୍ଚାନନ ବେହେରା ନେଟୱାର୍କ ସମସ୍ୟା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଦୀର୍ଘ ବର୍ଷ ଧରି ବିଭିନ୍ନ ଟେଲିକମ୍ ସଂସ୍ଥା ଠିକ୍‌ ସେବା ଯୋଗାଉ ନଥିବା ଅଭିଯୋଗ କରି ବହୁ ଛାତ୍ରଛାତ୍ରୀ କରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଟେଲିକମ କମ୍ପାନିର କର୍ମକର୍ତ୍ତା ଦେଇପାରିନଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ସ୍ୱତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଏବଂ ସାଇବର ଅପରାଧ ସଂପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ପ୍ରକାଶ ସାହୁ ସରକାରଙ୍କ ଦ୍ୱାରା ଜାରି ବିଭିନ୍ନ ଟେଲିକମ୍ ନିୟମାବଳୀ ସଂପର୍କରେ ବୁଝାଇବା ସହ ଗ୍ରାହକଙ୍କ ସଚେତନତା ଉପରେ ଗୁରୁତ୍ତ୍ବ ପ୍ରଦାନ କରିଥିଲେ।।

ଏହି ଅବସରରେ ବି ଏସ ଏନ୍‌ ଏଲ୍‌, ଜିଓ ଏବଂ ଏଆରଟେଲ୍‌ ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ଥିଲେ। ସରକାରୀ ମହାବିଦ୍ୟାଳୟ ର ପିଲା ଓ ମହିଳା ମହାବିଦ୍ୟାଳୟର ଛାଡ୍ରୀମାନଙ୍କ ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ବେଶ୍‌ ଉପଯୋଗୀ ହୋଇଥିଲା।

Comments are closed.