ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଲୋଚନାଚକ୍ର

ସମ୍ବଲପୁର: ଶିଶୁ ବିକାଶ ଯୋଜନା, ଯୁଯୁମୁରା ଆନୁକୁଲ୍ୟରେ ଆଜି ଯୁଯୁମୁରା ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ” ଲିଙ୍ଗ ଭିତ୍ତିକ ହିଂସା ଓ ହିଂସା ପୀଡିତଙ୍କ ପାଇଁ ସହାୟତାରେ ବ୍ୟବସ୍ଥା ” ଉପରେ ଏକ ସଚେତନତା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଯୁଜୋମୁରା ଗ୍ରାମ ପଞ୍ଚାୟତ ଅଧିକାରୀ ଲାଲମୋହନ ବୁଡ଼େକ, ଯୁଜୋମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ, ଓଡିଶା ଜୀବିକା ମିଶନ ସଂଯୋଜକ ଗୌତମ ବେହେରା, ପତଂଗ NGO ପ୍ରତିନିଧି ସମୀର ମହାମଲ୍ଲିକଙ୍କ, ସ୍ଵଧାର ଗୃହ ଲିପିଣ୍ଡା ପରିଚାଳିକା ସୁଲୋଚନା ଦେହୁରୀ, ଯୁଯୁମୁରା ସରପଞ୍ଚ ବାସନ୍ତୀ ପ୍ରଧାନ, ମେଘପାଳ ସରପଞ୍ଚ ମମତା ପ୍ରଧାନ ଓ କେଶାପାଲି ସରପଞ୍ଚ ରିତାଞ୍ଜଳୀ ନାୟକ ନିମନ୍ତ୍ରିତ ଅତିଥି ହୋଇ ଯୋଗଦାନ କରିଥିଲେ । ଏବଂ ଏହି ସଭାରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ ଆଲୋଚନାରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସ୍ତରରେ ଓଡିଶା ଜୀବିକା ମିଶନର ଭୂମିକା, ମହିଳାଙ୍କ ସୁରକ୍ଷା ଓ ସହାୟତା ନିମନ୍ତେ ପୋଲିସର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ହିଂସା ପୀଡ଼ିତାଙ୍କ ସେବାରେ ସ୍ଵଧାର ଗୃହର ଭୂମିକା ଏବଂ ପୀଡ଼ିତାଙ୍କ ପାଇଁ ଜ଼ିଲ୍ଲା ଆଇନ ପ୍ରାଧିକରଣର ସହାୟତା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।

ଶେଷରେ ଯୁଜୋମୁରା ଶିଶୁ ବିକାଶ ଯୋଜନା ଅଧିକାରୀ ସବିତା ନାୟକ ସଭାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟାଳୟର ମହିଳା ପରିଦର୍ଶିକା ଆରତୀ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଅନ୍ୟ ସମସ୍ତ ମହିଳା ପରିଦର୍ଶିକା ଏବଂ ଅନ୍ୟ କର୍ମକର୍ତ୍ତା ସଭା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।।

Comments are closed.