ପାଲଘର: ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ଟିଭି ଅଭିନେତା ଶିଜାନ ଖାନଙ୍କୁ ଜାମିନ ମିଳିଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ କୋର୍ଟ ଏହି ମାମଲାରେ ଗିରଫ ହୋଇଥିବା ଶିଜାନ ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଗତବର୍ଷ ଡିସେମ୍ବର ୨୪ରେ ଏକ ଟିଭି ସିରିଏଲର ସୁଟିଂ ସେଟରେ ତୁନିଶା ଶର୍ମା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତୁନିଶାଙ୍କ ମା’ଙ୍କ ଅଭିଯୋଗ ପରେ ଶିଜାନ ଖାନଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ଥିଲେ ।
ଆଜି ଅତିରିକ୍ତ ସେସନ୍ସ କୋର୍ଟ ବିଚାରପତି ଆରଡି ଦେଶପାଣ୍ଡେ ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଖାନଙ୍କୁ ଜାମିନ ଦେଇଛନ୍ତି। କୋର୍ଟ ଶିଜାନଙ୍କୁ ତାଙ୍କ ପାସପୋର୍ଟ ସରେଣ୍ଡର କରିବାକୁ ଓ କୋର୍ଟଙ୍କ ବିନା ଅନୁମତିରେ ଦେଶ ନ ଛାଡିବାକୁ କହିଛନ୍ତି।
ତୁନିଶା ଶର୍ମାଓ ଶିଜାନ ଖାନ ଟିଭି ସିରିଏଲ ‘ଅଲି ବାବା: ଦସ୍ତାନ-ଏ-କୁବୁଲ’ରେ ଏକାଠି କାମ କରିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ପରେ ସେମାନେ ଅଲଗା ହୋଇଯାଇଥିଲେ | ଏହି ମାମଲାରେ ମୁମ୍ବାଇର ୱାଲିଭ ପୋଲିସ ଫେବୃଆରୀ ୧୬ରେ କୋର୍ଟରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା।
Comments are closed.