ଆସନ୍ତାକାଲି ଠାରୁ ବରଗଡ଼ରେ ଉଦ୍ୟୋଗ ମେଳା

ବରଗଡ଼: ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗ ମେଳା ହେବ । ଏହା ଆସନ୍ତାକାଲି ଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଚାଲିବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳିକ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଉଦଘାଟନ କରିବେ। ସେହିପରି ଏଥିରେ ଜିଲ୍ଲାର ବିଧାୟକ ଓ ଅନ୍ୟ ଅତିଥିମାନେ ମଧ୍ୟଯୋଗ ଦେବା ନେଇ ସୂଚନା ମିଳିଛି ।

ମେଳାରେ ଉଦ୍ୟୋଗୀ ସ୍ବୟଂ ସହାୟକ ଗୋଷ୍ଠୀ ଯୋଗଦାନ କରି ତାଙ୍କର ଉତ୍ପାଦିତ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ରମ ଅବସରରେ ପ୍ରତ୍ୟେହ ଉଦ୍ୟୋଗ ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Comments are closed.