ବିଜୁ ଜୟନ୍ତୀରେ ବରଗଡକୁ ୨୧୭ କୋଟି ଟଙ୍କାର ଭେଟି

ବରଗଡ଼: ବରଗଡ଼ ଜିଲ୍ଲା ପାଇଁ ଆଜି ଦିନଟି ସ୍ବର୍ଣ୍ଣିମ ଦିନ ରହିବ । ଆଜି ପ୍ରବାଦ ପୁରୁଷ ବିଜୁ ବାବୁ ଜୟନ୍ତୀ ତଥା ପଂଚାୟତିରାଜ ଦିବସରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରି ଅଞ୍ଚଳବାସୀ ତଥା ଲୋକଙ୍କୁ ଅନେକ ପ୍ରକଳ୍ପ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବରଗଡ଼ରେ ମୁଖ୍ୟମନ୍ତ୍ରୀ ୨୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୨୩୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିଛନ୍ତି । ଯାହା ନୂତନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର, ନବନିର୍ମିତ ସେତୁ, ଆଦର୍ଶ ବିଦ୍ୟାଳୟ ଗୃହ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ରହିଛି ।

Comments are closed.