ଭିସୁଟର ବୈଷୟିକ ସମାବେଶ ବସନ୍ତ-୨୦୨୩ ଉଦଯାପିତ

ସମ୍ବଲପୁର: ଭିଏସଏସୟୁଟି, ବୁର୍ଲାରେ ତିନି ଦିନ ଧରି ଚାଲିଥିବା ସମାବେଶ-ବସନ୍ତ-୨୦୨୩ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଟେକ୍ନିକାଲ ସୋସାଇଟି ତରଫରୁ ଗତ ୫ ତାରିଖରେ ଶିଳ୍ପାୟନ ସମ୍ମିଳନୀ ଅନୁଷ୍ଠିତ  ହୋଇଥିଲା। ଏହି ସମ୍ମିଳନୀରେ ନାଲକୋର  ପ୍ରକଳ୍ପ ଓ ବୈଷୟିକ ବିଭାଗର ନିର୍ଦ୍ଦେଶକ ମନସା ପ୍ରସାଦ ମିଶ୍ର, ଡୋଙ୍ଗିୟୋ ଗ୍ରୁପର ସଫଳ ଉଦ୍ୟୋଗୀ ତଥା ଓଡିଆ ସିନେମାର ଉଦୀୟମାନ ଯୁବ ପ୍ରଯୋଜକ ଓ  ନିର୍ଦ୍ଦେଶକ ଏନ ଗଙ୍ଗାଧର ରେଡି ଏବଂ ହିଣ୍ଡାଲକୋ, ହୀରାକୁଦ ସ୍ମେଲଟର ପ୍ଲାଣ୍ଟର ପ୍ରେସିଡେଣ୍ଟ ଦେବାଶିଷ ମଲ୍ଲିକ ନିମନ୍ତ୍ରିତ ଅତିଥି  ଭାବେ ଯୋଗ ଦେଇ ଶିଳ୍ପାୟନରେ  ସମସ୍ୟା ଏବଂ ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଦୂରତା  ଶୀର୍ଷକ ଉପରେ ଆଲୋଚନା କରିଥିଲେ।

ଆଧୁନିକ ସମାଜର ଚାହିଦାକୁ ଦେଖି  ବୈଷୟିକତାର ନୁତନତ୍ବକୁ ଗ୍ରହଣ କରିବା ଏବଂ ଏହାକୁ ପାଠ୍ୟକ୍ରମରେ ଯୋଡିବା ଉପରେ ନାଲକୋର ଡାଇରେକ୍ଟର ମନସା ମିଶ୍ର ଗୁରୁତ୍ବ ଦେଇଥିଲେ।  ଷ୍ଟାଟଅପ ର ଗଭୀର ଜ୍ଞାନ କୌଶଳ ଓ ନିଜର ଦୃଢତା  ଥିଲେ ଜଣେ ସଫଳତମ ଉଦ୍  ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବ ବୋଲି  ଶ୍ରୀ ରେଡି ମତ ରଖିଥିଲେ… ସମାଜରେ ଲୋକମାନଙ୍କର ଚାହିଦା ଓ ବଜାରକୁ ଜାଣି ନିଜର ଜ୍ଞାନ ବିନିଯୋଗ କରି ବ୍ୟବସାୟ କଲେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବ ବୋଲି ଆଲୋଚନାରେ ଭାଗ ନେଇ ହିନ୍ଡାଲକୋ ର ଭାଇସ ପ୍ରେସିଡେଣ୍ଟ ଶ୍ରୀ ଦେବାଶିଷ ମଲ୍ଲିକ ମତ ରଖିଥିଲେ…..ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗ୍ରୀଷ୍ମକାଳିନ ଅବକାଶରେ ଇଣ୍ଡଷ୍ଟ୍ରୀରେ  ଇଣ୍ଟରନସିପର କୋର୍ସ ର ଉପକାରିତା ତଥା  ପରିବର୍ତନଶୀଳ ବୈଷୟିକ ଜ୍ଞାନ କୁ ବିଶ୍ବବିଦ୍ୟାଳୟରେ  ଉଭୟ  ଶିକ୍ଷକ ଓ ଛାତ୍ରଛାତ୍ରୀ  ଶିକ୍ଷାରେ ଗ୍ରହଣ କରିବା ଉପରେ  ଭିଏସଏସୟୁଟି  ବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀ  ମତ ରଖିଥିଲେ..ଶେଷରେ ପେନାଲ ଡିସକସନରେ ଉପସ୍ଥିତ ୨୦୦ ଜଣ ଛାତ୍ରଛାତ୍ରୀ ଓ ପେନାଲିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଇଣ୍ଡଷ୍ଟ୍ରୀ-ଶିକ୍ଷାନୁଷ୍ଠାନ ସମ୍ଭନ୍ଧିୟ ବିଭିନ୍ନ ପ୍ରଶ୍ନର ଓ୍ବାନ ଟୁ ଓ୍ବାନ ମତ ବିନିମୟ ହୋଇଥିଲା…….ଟେକ୍ନିକାଲ ସୋସାଇଟି ର ଭାଇସ ପ୍ରସିଡେଣ୍ଟ ଡକ୍ଟର ବିଦ୍ୟାଧର ରାଉତ, ସମାବେଶ ର ଫେକୁଲ୍ଟି ଏଡଭାଇଜର ଡକ୍ଟର ଯତିନ କୁମାର ପ୍ରଧାନ ମାନଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସମାବେଶର ଷ୍ଟୁଡେଣ୍ଟ୍ coordinators ଲଳିତ କୁମାର ଏବଂ ଅନନ୍ୟା ଅନୁଷ୍କା ଏହି କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ…

Comments are closed.