ମାର୍ଚ୍ଚ ୨୦ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ମନୀଷ ସିସୋଦିଆ

ନୂଆଦିଲ୍ଲୀ – ଏଥର ଜେଲରେ ହୋଲି ପାଳିବେ ମନୀଷ ସିସୋଦିଆ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସିସୋଦିଆ ତିହାର ଜେଲରେ ରହିବେ।

ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗତମାସ ୨୬ ତାରିଖରେ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ସିବିଆଇ ହେପାଜତରେ ଥିଲେ। ସିସୋଦିଆଙ୍କୁ ଆଜି ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ଏବେ ଆଉ ସିସୋଦିଆଙ୍କ ରିମାଣ୍ଡ ଆବେଦନ କରିନାହିଁ ସିବିଆଇ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଦାବି କରିଥିଲା ସିବିଆଇ ।
ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଏବେ ପୋଲିସ ହେପାଜତ ଚାହୁଁ ନାହୁଁ। କିନ୍ତୁ ପରେ ଆମେ ଏ ନେଇ ଦାବି କରିପାରୁ। କାରଣ ଅଭିଯୁକ୍ତଙ୍କ ଆଚରଣ ଠିକ୍ ନାହିଁ। ସାକ୍ଷୀମାନଙ୍କୁ ଭୟଭୀତ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ରାଜନୈତିକ ରଙ୍ଗ ଦେଉଛନ୍ତି ସିସୋଦିଆ। କୋର୍ଟ ୱାରେଣ୍ଟ ଜାରି କରିବା ପରେ ହିଁ ଆମେ ଚଢ଼ଉ କରିଥିଲୁ। ଏହି ମାମଲାରେ ଯାହା ବି ପଦକ୍ଷେପ ନିଆଯାଇଛି ତାହା କୋର୍ଟ ଜାଣନ୍ତି ବୋଲି ସିବିଆଇ କୋର୍ଟରେ କହିଥିଲା ।

Comments are closed.