ଅସହାୟଙ୍କୁ ସହାୟତାର ହାତ ବଢାଇଲେ ସମ୍ବଲପୁର ବିଜେଡ଼ି ଟିମ

ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ପକ୍ଷରୁ ବିଜେଡି ନେତା ଓ ସମାଜସେବୀ ହରଦୀପ ସିଂହ ଭୂର୍ଜୀ ( ବବି ଭାଇ )ଙ୍କ ନେତୃତ୍ବରେ ଜଣେ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଧନୁପାଲି ତୁରିପଡାର ଜଣେ 70 ବୟସ ବିଧବା ମହିଳା ଯଶୋଦା ଦୁଇ ମାସ ଠାରୁ ଅସୁସ୍ଥ ଅବସ୍ଥା ରେ ପଡି ରହିଛନ୍ତି। ଚିକିତ୍ସା କରିବା ପାଇଁ ତାଙ୍କର କେହି ନାହାନ୍ତି କି ଆର୍ଥିକ ସମ୍ବଳ ବି ନାହିଁ। ତାଙ୍କ ଦୁଇ ପୁଅଙ୍କ ମଧ୍ଯ ଦେହାନ୍ତ ହୋଇସାରିଥିବା ବେଳେ ବୋହୁ ଘରୁ ବାହାର କରି ଦେଇଛି। ସେ ବର୍ତ୍ତମାନ ପୁରା ବେସାହାରା ଭାବେ ଦିନ ବିତାଉଛନ୍ତି। ଏହି ଖବର ପାଇ ଶ୍ରୀ ଭୁର୍ଜିଙ୍କ ନେତୃତ୍ବରେ ବିଜେଡି କର୍ମକର୍ତ୍ତା ମାନେ ତାଙ୍କର ଚିକିତ୍ସା ବନ୍ଦୋବସ୍ତ କରିଛନ୍ତି। ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲ ନେଇ ଭର୍ତ୍ତି କରିଛନ୍ତି। ଏହି ସମୟ ରେ ତାଙ୍କର ଗୋଟିଏ ଗରିବ ଭଉଣୀ ତାଙ୍କ ପାଖରେ ଅଛନ୍ତି। ଶ୍ରୀ ଭୁର୍ଜି ତାଙ୍କୁ କିଛି ଆର୍ଥିକ ସହଯୋଗ ମଧ୍ଯ କରିଛନ୍ତି।

ଏଥିରେ ବିଜେଡି ମହିଳା ନେତ୍ରୀ ସସ୍ମିତା ଦୀପ, ଲିଲିମା ମଲିକ, ବୃନ୍ଦା କଟା, ପଙ୍କଜିନୀ ପ୍ରଧାନ ଏବଂ ଯୁଯୁମୁରା ମହିଳା ସଭାନେତ୍ରୀ ଲଳିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.