ଆଜି ହୋଲି : ଶୃଙ୍ଖଳିତ ଓ ସୁରକ୍ଷିତ ହୋଲି ଉପରେ ଗୁରୁତ୍ବ , କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା

ଭୁବନେଶ୍ୱର – ଆଜି ସାରାରାଜ୍ୟରେ ପାଳନ ହେଉଛି ରଙ୍ଗର ପର୍ବ ହୋଲି । ସୁରକ୍ଷିତ ଓ ଶୃଙ୍ଖଳିତ ହୋଲି ପାଇଁ ଗୁରୁତ୍ୱ ଦେଇଛି ପ୍ରଶାସନ । ଶୃଙ୍ଖଳିତ ଓ ଦୁର୍ଘଟଣାମୁକ୍ତ ହୋଲି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ମଧ୍ଯ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି । ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୁବନେଶ୍ଵରରେ ଉପଦ୍ରବକାରୀଙ୍କ ଉପରେ ନଜର ରଖିବ ସ୍ପେଶାଲ ସ୍କ୍ୱାଡ୍ ଓ ଟିମ୍-୬୦ । ୩୧ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିଛନ୍ତି।

୪ ଜଣ ଏଡିସିପି ସୁପରଭାଇଜିଂ ଦାୟିତ୍ୱ ଦିଆଯାଇଛି ।
ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ଏହା ସହ ୪ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି ।

Comments are closed.