ସମାଜର ପ୍ରତ୍ୟେକ ସ୍ତରରେ ମହିଳା ନେତୃତ୍ୱ ସୃଷ୍ଟି ହେଉ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳାମାନଙ୍କ ସଶକ୍ତିକରଣ ତାଙ୍କ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର କେନ୍ଦ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମମତା, ମିଶନ ଶକ୍ତି ଭଳି କାର୍ଯ୍ୟକ୍ରମ ମହିଳାଙ୍କୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି। ସମାଜର ପ୍ରତ୍ୟେକ ସ୍ତରରେ ମହିଳା ନେତ୍ରୀ ସୃଷ୍ଟି କରିବା ସହ ସେମାନଙ୍କର ନେତୃତ୍ବକୁ ସମ୍ମାନ ଜଣାଇବା ପାଇଁ ମହିଳା ଦିବସରେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.