ମହିଳା କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ସ୍ଥାନୀୟ ସରକାରୀ ମହିଳା କଲେଜରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର ନୀଳେନ୍ଦ୍ରି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷର ଥିମ ଉପରେ ଗୁରୁତ୍ବ ଦେଇ ସେ ଏହାର

ନିଷ୍ଠାପର ଉପଯୋଗ ଓ କାର୍ଯ୍ୟ କାରିତା ଉପରେ ନିଜର ମତାମତ ରଖିଥିଲେ। କଲେଜର ପ୍ରଶାସନିକ ଅଧିକାରୀ ପ୍ରଫେସର ଉମାଶଙ୍କର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ଉତ୍ସବ ର ପରିଚାଳନା କରିଥିବା ବେଳେ ପ୍ରଫେସର ମନସ୍ବିନୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଶତାଧିକ ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ଦିବସ ପାଳନକୁ ସାର୍ଥକ କରିଥିଲେ। ପ୍ରଶ୍ନୋତ୍ତର ସମୟରେ ମୁଖ୍ୟ ଅତିଥି ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

Comments are closed.