ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ, ସୋମବାର ଦିନ ସମସ୍ତ କର୍ମୀଚାରୀ ପିନ୍ଧିବେ ସମ୍ବଲପୁରୀ ବସ୍ତ୍ର

ବରଗଡ଼: ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁରୀ ବସ୍ତ୍ର ପରିଧାନକୁ ପ୍ରୋତ୍ସାହିତ କରିବା ପାଇଁ ନିଆରା ଉଦ୍ୟମ କରିଛି ।

ପ୍ରତ୍ୟେକ ସରକାରୀ କର୍ମଚାରୀ ସୋମବାର ଦିନ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାଂସ୍କୃତିକ ବିଭାଗ ପତ୍ର ସଂଖ୍ୟା ୧୩୧୫/୨୩ ଅନୁସାରେ ଏହି ନିୟମ ଜାରି କରାଯାଇଛି ।

ପତ୍ରରେ କୁହାଯାଇଛି ଯେ, ଯେଉଁ କର୍ମଚାରୀ ମାନଙ୍କ ଡ୍ରେସ୍ କୋଡ଼ ବା ୟୁନିଫର୍ମ ଯାହା ରହିଛି ସେମାନେ ସେହି ଡ୍ରେସ୍ କୋଡ଼ ପିନ୍ଧି ନିଜ କାର୍ଯ୍ୟାଳୟକୁ ଆସିବେ । ଏହା ହସ୍ତତନ୍ତ ଶିଳ୍ପ ବା ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରିବା ସହ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବଜାୟ ରହିବ ବୋଲି ଉଲ୍ଲେଖ ରହିଛି ।

Comments are closed.