ଖାଦ୍ୟ ବିଷକ୍ରିୟା ଯୋଗୁଁ ଦନ୍ତାର ମୃତ୍ୟୁ!

ଢେଙ୍କାନାଳ -ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେ ଆଜି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଦନ୍ତାହାତୀର ମୃତଦେହ ଦେଖି ଓସ୍ତପାଳ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରିଛି। ଖାଦ୍ୟ ବିଷକ୍ରିୟା ଯୋଗୁ ଦନ୍ତାହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।

Comments are closed.