ଯୁବତୀଙ୍କୁ ଜିମ ମାଲିକଙ୍କ ଦୁଷ୍କର୍ମ ଅଭିଯୋଗ, ପୋଲିସର ତନାଘନା

କଟକ- କଟକ ସହରରେ ଚାଞ୍ଚଲ୍ୟ। ଜିମ୍‌‌ ଭିତରେ ଜଣେ ଯୁବତୀଙ୍କୁ ଜିମ ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଜିମ୍‌‌ ଭିତରେ ହିଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଟୋ ଭାଇରାଲ କରିଦେବାର ଧମକ ଦେବା ସହିତ ବର୍ଷେ ହେବ ଯୁବତୀଙ୍କୁ ଜିମ ମାଲିକ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ଯୁବତୀ ଜଣକ ଅତିଷ୍ଠ ହୋଇ ମର୍କତନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଷ୍କର୍ମ ନେଇ ଜୋନ ୩ ଏସିପି ପ୍ରେସମିଟ୍‌ରେ ସୂଚନା ଦେଇ କହିଛନ୍ତି ଯେ,ଆସନ୍ତାକାଲି ୧୬୪ରେ ହେବ ବୟାନ ରେକର୍ଡ କରାଯିବ ।

‘ବୟାନ ରେକର୍ଡ ସହ ଯୁବତୀଙ୍କ ହେବ ଡାକ୍ତରୀ ମାଇନା ।ଅଭିଯୋଗ ଆଧାରରେ ସବୁ ଦିଗକୁ ନେଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

Comments are closed.