ବଲାଙ୍ଗୀର ସହରରେ ବେଆଇନ କଫ ସିରପ ରାକେଟ ଧ୍ୱସ୍ତ, ୩୮ ଗିରଫ

ବଲାଙ୍ଗୀର – ବଲାଙ୍ଗୀର ସହରରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ କଫ୍ ସିରପ ଜବତ କରିଛି ପୋଲିସ। ଏହି ମାମଲାରେ ୩୮ ଜଣଙ୍କୁ ଗିରଫ କରାଯିବା ସହ ୩ଟି ଦାମୀ ଗାଡ଼ି ଏହି ମାମଲାରେ ରାଜ୍ୟର ବରଗଡ଼, କଟକ, ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟ ବାହାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଅନୈତିକ ଉପାୟରେ କଫ୍ ସିରପ ରାକେଟ ଚଳାଉଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଏ ନେଇ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ବଲାଙ୍ଗୀର ଟାଉନ ଥାନା ପୁଲିସ ପାଟ୍ରୋଲିଂ ସମୟରେ କଫ୍‌ସିରପ୍‌ ଜବତ କରିବା ସହ ରାଜ କୁମ୍ଭାର ଓ ରକି ବାରିକ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ରାଜ ସିଭିଲ କୋର୍ଟ ପଛପଟ ଅଂଚଳରେ ବେଆଇନ ଭାବେ କଫ୍‌ସିରପ୍‌ ବିକ୍ରି କରୁଥିଲା। ତାକୁ ଗିରଫ କରିବା ସହ ତା ପାଖରୁ ୪୯ ବୋତଲ ଏସ୍‌କଫ୍‌ କଫ୍‌ସିରପ୍‌, ୧୩୪ ଷ୍ଟ୍ରିପ୍‌ ନିଶା ବଟିକା, ୬ ହଜାର ୮୦ ଟଙ୍କା ଜବତ କରିଥିଲା। ସେହିପରି ରକି କନ୍ଧପାଲିଠାରେ କଫ୍‌ସିରପ୍‌ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ଉ କରିଥିଲା। ତା ପାଖରୁ ୪୧ ବୋତଲ କଫ୍‌ସିରପ୍‌ ଓ ନିଶା ବଟିକା ଜବତ ହୋଇଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

Comments are closed.