ଆକ୍ସନ ମୁଡ଼ରେ ବଲାଙ୍ଗୀର ପୁଲିସ:  ବିପୁଳ ପରିମାଣର କଫସିରପ୍‌ ସହ କାର, ପିକଅପ ଓ ବାଇକ ଜବତ, ମହିଳାସମେତ ୪୦ ଗିରଫ

ବଲାଙ୍ଗୀର: ଦୀର୍ଘଦିନ ଧରି ସହରରେ ଚାଲିଥିବା କଫସିରପ ଆଡ୍ଡା ଉପରେ ଟାଉନ ପୁଲିସ ଚଢ଼ଉ କରିଛି । ଚଢ଼ଉ ସମୟରେ ପ୍ରାୟ ୪୦ ଜଣ କଫ ସିରପ ବେପାରୀଙ୍କୁ ଧରିବା ସଫଳ ହୋଇଛି ବଲାଙ୍ଗୀର ପୁଲିସ । ସେହିପରି ବିପୁଳ ପରିମାଣର କଫ ସିରପ ସମେତ ଏକ କାର , ପିକଅପ ଓ ବାଇକକୁ ମଧ୍ୟ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ଆନ୍ତଜିଲ୍ଲା ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ମଧ୍ୟରେ ବଲାଙ୍ଗିର ସମେତ ଅନ୍ୟ ବାହାର ଅଞ୍ଚଳର ବୋଲି ପୁଲିସ କହିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମହିଳା ଅଛନ୍ତି ।

ସୂଚନାଯୋଗ୍ୟ , ଗତ କିଛିଦିନ ହେବ ଟାଉନରେ କଫସିରପ ଆଡ୍ଡା ଉପରେ ପୁଲିସ ଚଢ଼ଉ ଜାରି ରଖୁଛି । ତେବେ ଗୋଟିଏ ଦିନରେ ବିପୁଳ ପରିମାଣର କଫ ସିରପ ଜବତ ସହ ଅଭିଯୁକ୍ତଙ୍କୁ ଧରିବା ପରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।

Comments are closed.