ପୂର୍ବତନ ମାଓବାଦୀ ଗିରଫ 

ମାଲକାନଗିରି – ଜାମିନରେ ଆସି ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗରେ ପୂର୍ବତନ ମାଓବାଦୀ ତପନ ଶାହା ଗିରଫ ହୋଇଛି । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ତପନକୁ ଗିରଫ କରାଯାଇଛି । ପୂର୍ବରୁ ତପନ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ମାମଲାରେ ଗିରଫ ହୋଇଥିଲା । ଜାମିନରେ ଆସି ମାଓବାଦୀଙ୍କୁ ସହଯୋଗ କରିଆସୁଥିଲା । ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ନାମରେ ନିରୀହ ଲୋକଙ୍କଠାରୁ ବଟି ଆଦାୟ ସହ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲା । ଏହି ଅଭିଯୋଗ ପରେ ତପନକୁ ଧରିବା ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ । ଚିତ୍ରକୋଣ୍ଡା ଏସଡିପିଓଙ୍କ ନେତୃତ୍ବରେ ମାଲକାନଗିରି ଡିଭିଏଫ ସହାୟତାରେ ଆନ୍ଧ୍ରପ୍ରଦେଶର ଗିଲବନ୍ଧା ଗାଁରୁ ତପନକୁ ଗିରଫ କରିଛି ପୋଲିସ ।

Comments are closed.